ଆକାଉଣ୍ଟରୁ ୫୦ ହଜାର ଲୁଟି ଗିରଫ ହେଲେ ୨ ଅଭିଯୁକ୍ତ

0

ଅନୁଗୁଳ: ଗଫଲତି କରି ଅନ୍ୟ ଆକାଉଣ୍ଟରୁ ଟଙ୍କା ଲୁଟିନେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ବୁଧବାର ୨ ଜଣ ଯୁବକକୁ ଗିରଫ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ରlଛିପୁର ଗ୍ରାମର ମୋହନ ସେଠୀ ଓ ତା’ର ସହଯୋଗୀ ରାଉରକେଲା ପାନପୋଷର ରାମନାଥ ବାଡ଼ାଇ ପୁଲିସ ସୂଚନା ମୁତାବକ, ମୋହନ ଗତ ଅଗଷ୍ଟ ମାସରେ ଅନୁଗୁଳର ରୟାଲ ମିନେରାଲ ଓ ଲଜିଷ୍ଟିକ୍ ସଲ୍ୟୁସନ୍ ନାମକ ଏକ ସଂସ୍ଥାରେ କାମ କରୁଥିଲେ l ସଂସ୍ଥାର ପ୍ରୋପ୍ରାଇଟର ଆନନ୍ଦ ଅଗରୱାଲଙ୍କ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ଭାବେ କାମ କରିବା ମଧ୍ୟରେ ତାଙ୍କ ପାସୱାର୍ଡକୁ ବ୍ୟବହାର କରି ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟି ନେଇଥିଲା l ଅଗଷ୍ଟ ୧୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ସେପ୍ଟେମ୍ବର ୧୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା l ତଦନ୍ତ ବେଳେ ଅଭିଯୁକ୍ତ ମୋହନ ଲୁଟ୍ ୫୦ ହଜାର ଟଙ୍କାକୁ ତା’ର ସାଙ୍ଗ ରାମନାଥଙ୍କ ଆକାଉଣ୍ଟକୁ ପଠାଇଥିଲା l ମୋହନ ରାଉରକେଲାରେ ରହି ପାଠ ପଢୁଥିଲା ବୋଲି ପୁଲିସ୍ କହିଛି l

Leave A Reply

Your email address will not be published.

error: Content is protected !!