ଭାରତୀୟ ମଜଦୂର ସଂଘର ଧାରଣା

0

ତାଳଚେର: ତାଳଚେର ଖଣି ମଜଦୂର ସଂଘ ତରଫରୁ ୧୧ ଦଫା ନେଇ ଶନିବାର ଏମସିଏଲ ଲିଙ୍ଗରାଜ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଶ୍ରମିକ ବିରୋଧୀ କାର୍ଯ୍ୟକୁ ସଂଗଠନର ଶତାଧିକ ଶ୍ରମିକ ବିରୋଧ କରି ସ୍ଲୋଗାନ ଦେଇଥିଲେ। ସଂଗଠନର କେନ୍ଦ୍ରୀୟ ନେତା ସୁଦର୍ଶନ ମହାନ୍ତି, କିଶୋର ଚନ୍ଦ୍ର ପ୍ରଧାନ, କ୍ଷେତ୍ର ସମ୍ପାଦକ ମନୋରଞ୍ଜନ ପ୍ରଧାନ , ଅଜିତ କୁମାର ସାମଲଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା। କର୍ତ୍ତୃପକ୍ଷ ୧୧ ଦଫା ଦାବି ପୂରଣ କରିବାରେ ଟାଳଟୁଳ ନୀତି ଗ୍ରହଣ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!