ଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ଆମ୍ବୁଲାନ୍ସ ଚାଳକ ମୃତ

0

ପାଳଲହଡ଼ା: ପାଳଲହଡା ଥାନା ମୁକ୍ତାପୁର ଛକ ନିକଟରେ ଗୁରୁବାର ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପାଳଲହଡା ଡାକ୍ତରଖାନାରେ ନିୟୋଜିତ ଥିବା 102 ଆମ୍ବୁଲାନ୍ସ ରୋଗୀ ଆଣିବାକୁ କନ୍ତଳା ଅଭିମୁଖେ ଯାଉଥିବା ବେଳେ 49 ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ଏକ ମାଲବାହୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଆମ୍ବୁଲାନ୍ସ ଚାଳକ ଖମାର ଥାନା ନିମିରିବେଡା ଗ୍ରାମର ବେଣୁଧର ନାଏକ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପାଲଲହଡା ପୁଲିସ ପହଂଚି ଦୁଇ ଗାଡିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Leave A Reply

Your email address will not be published.

error: Content is protected !!