କରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

0

ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା କିଣନ୍ତି, ପଢ଼ନ୍ତି। କିନ୍ତୁ ଚଳିତ ବର୍ଷ ସେ ଦୃଶ୍ୟ ନାହିଁ। ବିଗତ ବର୍ଷ ଓ ଚଳିତ ବର୍ଷ ମଧ୍ୟରେ ଢେର୍ ପାର୍ଥକ୍ୟ। ବଜାରରେ ଶତାଧିକ ପତ୍ରିକା ଷ୍ଟଲ୍‌କୁ ଆସୁଥିବାବେଳେ ଚଳିତ ବର୍ଷ କରୋନା ଯୋଗୁଁ ଅଳ୍ପ କିଛି ହାତଗଣତି ପତ୍ରିକା ଦେଖିବାକୁ ମିଳୁଛି। ଯେଉଁଠି ଜୀବନ ଜୀବିକା ସ˚କଟରେ ସେଠି ସାହିତ୍ୟ ଚର୍ଚ୍ଚା ପ୍ରତି ଆଗ୍ରହ, ସମୟ ବା ମିଳିବ କୋଉଠୁ?

Leave A Reply

Your email address will not be published.

error: Content is protected !!