ଡିସେମ୍ବର ପାଇଁ ଜାରି ହେଲା ଗାଇଡ ଲାଇନ୍

0

ଅନୁଗୁଳ: ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ । ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ମେଡିକାଲ କଲେଜ । ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ପୁଣି ଥରେ ସ୍ଥାନୀୟ ପ୍ରଶାସନ ଉପରେ ଛାଡିଛନ୍ତି ସରକାର । ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ ଜିଲ୍ଲାପାଳ ଓ ମୁନିସିପାଲ କମିଶନର ନିଷ୍ପତ୍ତି ନେବେ ।
ଏ ବର୍ଷ ଆଉ ରାଜ୍ୟରେ ଖୋଲିବନି ସିନେମା ହଲ । ଡିସେମ୍ବର ୩୧ ଯାଏଁ ଜାରି ହୋଇଥିବା ଗାଇଡଲାଇନରେ ସିନେମା ହଲ ଖୋଲିବା ନେଇ ଅନୁମତି ନାହିଁ । କେନ୍ଦ୍ରର ଗାଇଡଲାଇନରେ ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ରାଜ୍ୟ ସରକାର ସିନେମା ହଲ ଖୋଲିବାକୁ ଅନୁମତି ଦେଇନାହାନ୍ତି । ସେହିପରି ସୁଇମିଂ ପୁଲ ମଧ୍ୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ।
ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଖୋଲିବନି ଡିସେମ୍ବରରେ ହେବାକୁ ଥିବା ତୋଷାଳୀ ମେଳା, ଶିଶିର ସରସ ମେଳା ବନ୍ଦ ରହିବ । ବ୍ୟବସାୟ ଭିତ୍ତିକ ମେଳା ବନ୍ଦ ରହିବ ବୋଲି କୁହାଯାଇଛି । ବିବାହ ଉତ୍ସବରେ ଶୋଭାଯାତ୍ରା ମନା । ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟ ହଲରେ ୫୦ ପ୍ରତିଶତ କ୍ଷମତାରେ ମିଳିବ ଅନୁମତି । ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ ଓ ସାମାଜିକ ଦୂରତା ରହିବା ଆବଶ୍ୟକ ।

Leave A Reply

Your email address will not be published.

error: Content is protected !!