ନବକୃଷ୍ଣ ଚୌଧୁରୀ ମାର୍ଗ ପାଇଁ ଦାବି

0

ଅନୁଗୁଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ କର୍ମଭୂମି ଥିଲା ଅନୁଗୁଳ l ନବକୃଷ୍ଣଙ୍କ ଜୀବନୀ ସହିତ ଏକ ସ୍ଵତନ୍ତ୍ର ସ୍ମୃତି ବହନ କରେ ଅନୁଗୁଳର ବାଜି ରାଉତ ଛାତ୍ରାବାସ l ମାତ୍ର ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ପ୍ରଶାସନିକ ସ୍ତରରେ ସେତେଟା ଉଦ୍ୟମ ହୋଇନାହିଁ l ସୋମବାର ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଅନୁଗୁଳର ଥାନା ଛକ ଠାରୁ ହାଟଛକ ପର୍ଯ୍ୟନ୍ତ ରାସ୍ତାକୁ ନବକୃଷ୍ଣ ଚୌଧୁରୀ ମାର୍ଗ ରୂପେ ଘୋଷଣା କରିବାକୁ ଦାବି ହୋଇଛି l ଜିଲ୍ଲା   ଯୁବ ବିଜେଡି ସଭାପତି ଦିନେଶ୍  ପ୍ରଧାନଙ୍କ ନେତୃତ୍ବରେ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପ୍ରଦାନ କରାଯାଇଛି l ସ୍ଵତନ୍ତ୍ର ମାର୍ଗ ନାମକରଣ ସହ ନବକୃଷ୍ଣଙ୍କ ଦ୍ଵାରା ପ୍ରତିଷ୍ଠିତ ଛାତ୍ରାବାସ ଓ ନବମାଳତୀ କୁଟୀରକୁ ପୁନରୁଦ୍ଧାର କରିବାକୁ ଦାବି କରାଯାଇଛି l

Leave A Reply

Your email address will not be published.

error: Content is protected !!