ଅନୁଗୁଳ: ଆସନ୍ତା ୧୨ ତାରିଖରେ ଅନୁଗୁଳ ଓକିଲ ସ˚ଘ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବୁଧବାର ପ୍ରକାଶ ପାଇଛି। ନିର୍ବାଚନରେ ୬ଟି ପଦବି ପାଇଁ ମୋଟ୍ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି। ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସହକାରୀ ସମ୍ପାଦକ ଓ କୋଷାଧୢକ୍ଷ ପଦବିରେ ଦ୍ବିମୁଖୀ ଲଢେ଼ଇ ହେଉଛି। ସା˚ସ୍କୃତିକ ସମ୍ପାଦକ ପଦରେ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଅପ୍ରତିଦ୍ବନ୍ଦ୍ବୀ ଅଛନ୍ତି।
ସଭାପତି ପଦବି ପାଇଁ ଦିଲ୍ଲୀପ କୁମାର ସାହୁ ଓ ଶୁଭେନ୍ଦୁ ଶେଖର ଦାସ, ଉପସଭାପତି ପାଇଁ ଭବାନୀ ଶଙ୍କର ପ୍ରଧାନ ଓ ନିରୋଦ କୁମାର ମିଶ୍ର, ସାଧାରଣ ସମ୍ପାଦକ ପଦବିରେ ଧ୍ରୁବ ଚରଣ ସାହୁ ଓ ସୋମନାଥ ରାଉତ, ସହକାରୀ ସମ୍ପାଦକ ପାଇଁ ଧର୍ମେନ୍ଦ୍ର ନାଥ ମିଶ୍ର ଓ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ପଦବି ପାଇଁ ମନୋଜ କୁମାର ପ୍ରଧାନ ଓ ନୀଳକଣ୍ଠ ନାଏକଙ୍କ ମଧ୍ୟରେ ଲଢେ଼ଇ ହେଉଛି। ୧୨ ତାରିଖ ସକାଳ ୮ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ, ଅପରାହ୍ଣ ୫ଟା ପରେ ଭୋଟ ଗଣତି ହୋଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।