୨ ବାଇକ୍ ଚୋରାଇ ନେଲେ ଦୁର୍ବୃତ୍ତ

0

ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ବାଇକ୍ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଶନିବାର ମଝିକା ଓ କଳମଛୁଇଁରୁ ପୃଥକ ଭାବେ ୨ଟି ବାଇକ୍ ଚୋରି ହୋଇଯାଇଛି । ସୂଚନା ମୁତାବକ, କୋଲିୟରୀ ଥାନା ସୋଲଡା ଗ୍ରାମର ବିକାଶ ବେହେରା କଳମଛୁଇଁ ଗ୍ରାମର ଦେଉଳ ଛକ ଠାରେ ଥିବା ହିଙ୍ଗୁଳା ପୁଷ୍ପାଳୟରେ କାମ କରନ୍ତି । ସେ ଶୁକ୍ରବାର ରାତିରେ ତାଙ୍କ ବାଇକ୍(ଓଡି୧୯ଡି୭୧୫୫)କୁ ଦୋକାନ ସାମ୍ନାରେ ରଖିଥିଲେ। ରାତି ୩ଟା ପର୍ଯ୍ୟନ୍ତ କାମ କରିବା ପରେ ସେ ଶୋଇ ପଡ଼ିଥିଲେ । ମାତ୍ର ସକାଳୁ ଉଠି ଦେଖିବା ବେଳକୁ ତାଙ୍କ ବାଇକ୍ ଚୋରି ହୋଇଯାଇଥିଲା। ସେହିପରି ମଝିକା ଗ୍ରାମର ଶାନ୍ତନୁ ପ୍ରଧାନଙ୍କ ବାଇକ୍‌ (ଓଡ଼ି୧୯ଏମ୍୬୨୬୪)ଟି ଚୋରି ହୋଇଯାଇଛି । ଘର ସାମ୍ନାରେ ସେ ବାଇକ୍ ରଖିଥିବା ବେଳେ ସକାଳୁ ଦେଖିବା ବେଳକୁ ବାଇକ୍‌ ନାହିଁ। ଆଖପାଖରେ ଖୋଜି ନିରାଶ ହେବାପରେ ଏ ନେଇ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ୨ଟି ପୃଥକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.