ଅନୁଗୁଳ ହାଇସ୍କୁଲରେ ୪ ଜଣ ଏ-୧

0

ଅନୁଗୁଳ: ସଦ୍ୟ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ଫଳରେ ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ୍‌ରେ ସର୍ବାଧିକ ୩୯ ଜଣ ଛାତ୍ରଛାତ୍ରୀ ଏ-ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଗତବର୍ଷ ଏ-୧ରେ ଖାତା ଖୋଲି ପାରିନଥିବା ଅନୁଗୁଳ ହାଇସ୍କୁଲ ଏଥର ଭଲ ପ୍ରଦର୍ଶନ କରିଛି । ସ୍କୁଲର ୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ ପାଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଦେଇଥିବା ସୂଚନା ମୁତାବକ, ଅନୁଗୁଳ ହାଇସ୍କୁଲରେ ଏବର୍ଷ ଦଶମରେ ୩୫୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତେ ପାସ୍ ହୋଇଛନ୍ତି। ୪ ଜଣ ଛାତ୍ରଛାତ୍ରୀଙ୍କୁ ଏ-୧ ଗ୍ରେଡ୍ ମିଳିଥିବା ବେଳେ ଏ-୨ରେ ୩୮ ଜଣ, ବି-୧ରେ ୬୯ ଜଣ, ବ-୨ରେ ୯୧ ଜଣ, ସି ଗ୍ରେଡ୍‌ରେ ୮୬, ଡି ଗ୍ରେଡ୍‌ରେ ୫୨ ଓ ଇ ଗ୍ରେଡ୍‌ରେ ୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରପକ୍ଷରେ ଟାଉନ୍ ହାଇସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ ପାଇନାହାନ୍ତି। ମୋଟ୍ ୮୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୪ ଜଣ ପାସ୍‌ କରିଥିବା ବେଳେ ଏଥିରୁ ଏ-୨ରେ ୨ ଜଣ, ବି-୧ରେ ୯ ଜଣ, ବି-୨ରେ ୧୩ ଜଣ, ସି ଗ୍ରେଡ୍‌ରେ ୨୨ ଜଣ, ଡି ଗ୍ରେଡ୍‌ରେ ୨୮ ଜଣ ଓ ଇ ଗ୍ରେଡ୍‌ରେ ୧୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!