Sunshine Communication

ପାଇପ୍ ଚୋରି କରି ୫ ଗିରଫ, ଦୁଇ ଗାଡ଼ି ସହ ୧୫ଟି ପାଇପ୍ ଜବତ

0

ଅନୁଗୁଳ: ପାଳଲହଡା ବ୍ଲକ୍ ତଥା ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତ ଇଲାକାରୁ ୪ ତାରିଖ ରାତିରେ ଏଲ୍ଏଣ୍ଟଟିରେ ପାଣି ପାଇପ୍ ଚୋରି କରିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗୋଟିଏ ୧୨ ଚକିଆ ଟ୍ରକ୍ ସମେତ ୱାଗନର କାର ଜବତ କରାଯାଇଛି । ଚୋରି ହୋଇଥିବା ୧୫ଟି ପାଇପ୍ ଉଦ୍ଧାର ହୋଇଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ଗଡ଼ପଳାଶୁଣି ଗ୍ରାମର ସନ୍ତୋଷ ସ୍ବାଇଁ, ସୁରେଶ ସାମଲ, ମୋହନ ସାମଲ, ବ୍ରହ୍ମାନନ୍ଦ ସେଠ ଓ ମଳୟ ସେଠ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଜବତ ଟ୍ରକ୍ ସନ୍ତୋଷ ସ୍ବାଇଁଙ୍କ ନାମରେ ଥିବା ଜଣାପଡ଼ିଛି।ଘଟଣାସ୍ଥଳରୁ ତିନି ଜଣ ଫେରାର ହୋଇଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ପୁଲିସ କାବୁ କରିଥିଲା । ଜବତ ପାଇପର ମୂଲ୍ୟ ୧.୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

Puspa Facial Hub

Leave A Reply

Your email address will not be published.