କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

0

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା । ନିକଟରେ ଥିବା ଗ୍ରାମବାସୀ ପାଟି କରିବାରୁ କୁମ୍ଭୀରଟି ଦେବେନ୍ଦ୍ରକୁ ଛାଡ଼ି ପଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କିଶୋରନଗର ପରେ ରେଢ଼ାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.

error: Content is protected !!