ସ୍କୁଟର ସହ ମଦ ଜବତ, ଜଣେ ଗିରଫ

0

ଅନୁଗୁଳ: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ୍ ଶୁକ୍ରବାର ଅନୁଗୁଳ ସହର ପିଟିସି ଛକ ନିକଟରୁ ସ୍କୁଟର ସହ ୬୪ ଲିଟର ଦେଶୀ ମଦ ଜବତ କରିଛି ।ଏଥି ସହିତ ମଦ ନେଇ ଯାଉଥିବା ମଦ ବେପାରୀକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ତାଳଚେର ଥାନା ଇଲାକା କନ୍ଧବେରେଣୀ ଗ୍ରାମର ରଶ୍ମି ରଞ୍ଜନ ସାହୁ (୩୧) । ଅବକାରୀ ବିଭାଗର ସୂଚନା ମୁତାବକ, ରଶ୍ମି ରଞ୍ଜନ କନ୍ଧବେରେଣୀରୁ ସ୍କୁଟରରେ ମଦ ଆଣି ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବିକ୍ରି କରୁଥିଲା । ଏମିତିକି ସେ ଜରପଡ଼ା ଅଞ୍ଚଳକୁ ମଧ୍ୟ ମଦ ଚାଲାଣ କରୁଥିଲା । ଶୁକ୍ରବାର ସେ ଅନୁଗୁଳ ସହରକୁ ମଦ ନେଇ ଆସୁଥିବା ମୋବାଇଲ୍ ସ୍କ୍ୱାଡ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ମୋବାଇଲ୍ ସ୍କ୍ୱାଡ଼୍ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀଙ୍କ ନେତୃତ୍ବରେ ଏକ ଟିମ୍ ପିଟିସି ଛକ ଠାରେ ଛକି ରହିଥିଲା । ଅଭିଯୁକ୍ତ ରାସ୍ତା ଅତିକ୍ରମ କଲା ବେଳେ ମାଡ଼ି ବସିଥିଲା । ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.

error: Content is protected !!