ଆବଣ୍ଟନ ହେଲା ୫୬ ମଦ ଦୋକାନ

0

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଲଟେରୀ ଜରିଆରେ ମଦ ଦୋକାନ ଆବଣ୍ଟନ କରାଯାଇଛି । ଜିଲ୍ଲାର ମୋଟ୍ ୫୭ଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ମଧ୍ୟରୁ ୫୬ଟି ବଣ୍ଟନ କରାଯାଇଛି । ଅନ୍ୟ ଏକ ଦୋକାନରେ ଜଣେ ବି କେହି ଆବେଦନକାରୀ ନଥିବାରୁ ତାହା କାହାକୁ ଦିଆଯାଇନାହିଁ । ମଦ ଦୋକାନ ଆବଣ୍ଟନ ପାଇଁ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂର୍ବାହ୍ନ ୧୧ଟାରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିଲା ଲଟେରୀ ଉଠାଣ । ଲଟେରୀରେ ୯୦୮ ଜଣ ଆବେଦନକାରୀ ଭାଗ ନେଇଥିଲେ । ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଲଟେରୀ ଉଠାଣ ଚାଲିଥିଲା। ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଜିଲ୍ଲା ଅବକାରୀ ଅଧିକ୍ଷକ ବିବେକ ପ୍ରଧାନ, ଡେପୁଟି କଲେକ୍ଟର ବଇତୁରା ଦିପ୍, ଆସିଷ୍ଟାଣ୍ଟ କଲେକ୍ଟର ଇଶାନି ପଣ୍ଡା, ଅବକାରୀ ଉପ ଅଧିକ୍ଷକ ନିନା ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!