ଅନୁଗୁଳ ସଦର ଥାନା ଉଦଘାଟିତ

0

ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ଠାରେ ଅନୁଗୁଳ ସଦର ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନୂତନ ଥାନା ଅନୁଗୁଳ ଜିଲ୍ଲାର ୧୮ ଟି ପଞ୍ଚାୟତରେ ଭଲମନ୍ଦ ବୁଝିବା ସହ ପୂର୍ବରୁ ପୁଲିସ ଉପରେ ରହିଥିବା ଚାପ ହ୍ରାସ କରିବ ବୋଲି କହିଥିଲେ l

ପୁଲିସ ଡିଜି ଅଭୟ ୬ ଟି ଜିଲ୍ଲାର ନୂତନ ଥାନା ସହିତ ରାଜ୍ୟରେ ପୁଲିସର କାର୍ଯ୍ୟ ପ୍ରସଂଶନୀୟ ବୋଲି କହିଥିଲେ l ସଦର ଥାନା ଉଦଘାଟନୀ ସମାରୋହରେ ରାଜ୍ଯ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ୍ ସାହୁ, ଏସପି ଜଗମୋହନ ମୀନା, ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ସମେତ ବହୁ ପୁଲିସ ଅଧିକାରୀ ଯୋଗଦେଇଥିଲେ l

Leave A Reply

Your email address will not be published.