Sunshine Communication

ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

0

ଅନୁଗୁଳ: ବକେୟା ଟଙ୍କା ଦେଣନେଣକୁ ନେଇ ଶନିବାର ଅପରାହ୍ନରେ ଜଣେ ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ ଜଣ ଯୁବକ ସମ୍ପୃକ୍ତ ଦୋକାନୀଙ୍କୁ ନିର୍ଧୂମ୍ ପିଟିବା ସହ ତାଙ୍କ ବାଇକ୍ ଭାଙ୍ଗି ଦେଇଛନ୍ତି । ଲୁହାଛଡ଼ ରେ ପିଟି ଆଖିରେ ଗୋଲମରିଚ ଗୁଣ୍ଡ ସ୍ପ୍ରେ କରି ସଙ୍କଟାପନ୍ନ
ଅବସ୍ଥାରେ ଫିଙ୍ଗି ଦେଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି ।
ଆହତ ଦୋକାନୀ ମଦନମୋହନପଡ଼ାର ସେକ୍ ସାହିଲି ହୋଇଥିବା ବେଳେ ତାଙ୍କର ଏକ ଡ୍ରେସ୍ ଦୋକାନ ଅନୁଗୁଳ ବସଷ୍ଟାଣ୍ଡରେ ରହିଛି । ଶୁକ୍ରବାର ପୂର୍ବାହ୍ନରେ ହୁଲୁରିସିଂହା ଓ ଲିଙ୍ଗରାଯୋଡ଼ିର ୪ ଜଣ ଯୁବକ ତାଙ୍କ ଦୋକାନରେ ପହଞ୍ଚିଥିଲେ। ପୂର୍ବରୁ ସେମାନଙ୍କ ଉପରେ ୫୭୦୦ ଟଙ୍କା ବକେୟା ପଡ଼ିଥିବା ବେଳେ ବାକିରେ ଆଉ ଡ୍ରେସ୍ ଦେବାକୁ କହିଥିଲେ । ମାତ୍ର ବାକି ଦେବାକୁ ରୋକ୍‌ଠୋକ୍ ମନା କରିଥିଲେ ସାହିଲି । ଫଳରେ ସମୃକ୍ତ ୪ ଯୁବକ ରାଗ ଜରଜର ହୋଇ ଫେରି ଯାଇଥିଲେ । ଅପରାହ୍ନ ୩ଟା ବେଳକୁ ସାହିଲିଙ୍କ ପାଖକୁ ଏକ ଫୋନ୍ ଆସିଥିଲା । ମାଟିଆ ସାହିକୁ ଆସି ବକେୟା ଟଙ୍କା ନେବାକୁ ସମ୍ପୃକ୍ତ ଯୁବକ କହିଥିଲେ । ଟଙ୍କା ଫେରି ପାଇବା ଆଶାରେ ସାହିଲି ବାଇକରେ ମାଟିଆସାହି ଯାଇଥିଲେ। ସେଠାରେ ପହଞ୍ଚିବା କ୍ଷଣି ୨୦ରୁ ଅଧିକ ଯୁବକ ତାଙ୍କୁ ଘେରି ଯାଇଥିଲେ ଲୁହାଛଡ଼ରେ ତାଙ୍କ ବାଇକକୁ ପିଟି ଭାଙ୍ଗି ଦେଇଥିଲେ । ଏମିତିକି ଆଖିରେ ଗୋଲମରିଚ ଗୁଣ୍ଡ ପକାଇବା ସହ ମୁଣ୍ଡରେ ମାଉଜର ଲଗାଇ କାରେ ବସିବା ପାଇଁ କହିଥିଲେ । କାରରେ ବସାଇ ସାହିଲିଙ୍କୁ ମାଟିଆସାହି ନିକଟ ଗୋଡ଼ି ସାହି କୁ ନେଇଯାଇଥିଲେ । ସେଠାରେ ପିଟାମରା କରିବା ପରେ ପୁନର୍ବାର ଆଖିରେ ଗୋଲମରିଚ ଗୁଣ୍ଡ ସ୍ପ୍ରେ କରି ଫୋପାଡ଼ି ଦେଇଥିଲେ । ସାହିଲି ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ପରେ ତାଙ୍କ ଚେତା ଫେରିଥିଲା । ପରିବାର ସହ ଅନୁଗୁଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛି । ତାଙ୍କ ହାତରେ ଗୁରୁତର ଆଘାତ ଲାଗିବା ସହ ଦେହସାରା ନୋଳା ଫାଟି ଯାଇଛି । ଏତଲା ପରେ ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଥିବା ଜଣାପଡ଼ିଛି ।

Puspa Facial Hub

Leave A Reply

Your email address will not be published.