ପୌର ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ କର୍ମଚାରୀ

0

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨ ଜଣ ଯନ୍ତ୍ରୀଙ୍କୁ ଗତ ୧୫ ତାରିଖରେ ହୋଇଥିବା ଅକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଓ ପୌର କର୍ମଚାରୀଙ୍କୁ ସୁରକ୍ଷା ଦେବା ନେଇ ଅନୁଗୁଳ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ପୌର କର୍ମଚାରୀ । ବୁଧବାର ସକାଳେ କର୍ମଚାରୀମାନେ ଏସ୍‌ପିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଜଗମୋହନ ମୀନା କର୍ମଚାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଯେ, ଗତ ୧୫ ତାରିଖ ସନ୍ଧ୍ୟା ୬ଟା ୧୫ ମିନିଟ ସମୟରେ ଏସ୍‌ପିଙ୍କ ସରକାରୀ ବାସଭବନ ସମ୍ମୁଖରେ ଅତିରିକ୍ତ ପୌର ଯନ୍ତ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ରବିନ୍ କୁମାର ଦାସଙ୍କୁ ୨ ଜଣ ଅଚିହ୍ନା ଯୁବକ ରାସ୍ତାରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ଏକ ଲୁହାଛଡ଼ରେ ମାଡ଼ ମାରିଥିଲେ । ଏଥିରେ ଦୁର୍ଗା ପ୍ରସାଦ ଗୁରୁତର ଆହତ ହୋଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.