ବନ୍ତଳା କଲେଜର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନଙ୍କ ପରଲୋକ

0

ଅନୁଗୁଳ: ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଅନୁଗୁଳ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନ(୭୨)ଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଅସୁସ୍ଥ ଥିବାରୁ ଦୁଇ ଦିନ ତଳେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଅନ୍ତିମଶଯ୍ୟା ନିକଟରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ବନ୍ତଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ଦୀର୍ଘବର୍ଷ ଧରି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ । ସେ ରାଜନୀତିରେ ବିଶେଷ କରି ଜଣେ ବରିଷ୍ଠ କଂଗ୍ରେସ ନେତା ଭାବରେ ବେଶ୍ ସକ୍ରିୟ ଥିଲେ । ତାଙ୍କ ବିୟୋଗରେ ପୁରାତନ ଛାତ୍ରଛାତ୍ରୀ, ରାଜନୈତିକ ମହଲ ତଥା ବନ୍ତଳା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ଆଜି ତାଙ୍କ ମରଶରୀରକୁ ପ୍ରଥମେ ଅନୁଗୁଳ କଂଗ୍ରେସ ଭବନକୁ ନିଆଯିବ ଏବଂ ପରେ ଅପରାହ୍ନରେ ବନ୍ତଳା ନନ୍ଦପୁରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।

Leave A Reply

Your email address will not be published.

error: Content is protected !!