ଅନୁଗୁଳ : ପୁଣି ହଜିଗଲା ମାନିବକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା କରି ମୃତଦେହକୁ ଛୁଇଁବା ତ ଦୂରର କଥା ପାଖ ବି ମାଡିଲେନି ଘର ଲୋକ କି ପଡୋଶୀ । ବାହାଳସାହିର ଗୋବିନ୍ଦ ମାଝି ଗତକାଲି ରାତି ୮ଟାରୁ ମୃତ୍ୟୁ ହୋଇଥିଲା । ହେଲେ ଶନିବାର ଦିନ ୧୨ ଟା ଯାଏଁ ପଡିରହିଥିଲା ମୃତଦେହ । ତେବେ ଏହି ଖବର ଜଣାପଡିବା ପରେ ଛେଣ୍ଡିପଦା ବିଡ଼ିଓ ସଂଜୟ ଆଚାର୍ଯ୍ୟ, ବାହାଳସାହି ସରପଞ୍ଚ, ପଂଚାୟତ ଅଧିକାରୀ ଏବଂ ମୃତକଙ୍କ ପୁଅ ପିପିଇ କିଟ ପିନ୍ଧି କୋକେଇ ଉଠାଇଥିଲେ । ଆଉ ଶବସତ୍କାର ବି କରିଥିଲେ ।