ମହୀଧରପୁର ଛକରୁ ବାଇକ୍ ଚୋରି

0

ଅନୁଗୁଳ: ସାରା ଅନୁଗୁଳ ଜିଲ୍ଲାରେ ବାଇକ୍ ଚୋରି ଚିନ୍ତାଜନକ ଭାବେ ବଢ଼ି ଚାଲିଛି । ଶୁକ୍ରବାର ସକାଳେ ମହୀଧରପୁର ଛକ ଠାରୁ ଏକ ବାଇକ୍ ଚୋରି ହୋଇଛି । ବାଇକ୍ ମାଲିକ କୁମର ବେହେରା ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ସୂଚନା ମୁତାବକ, କୁମରଙ୍କ ଘର ଢେଙ୍କାନାଳ ଜିଲ୍ଲା ବାଉଁଶପୋଖରୀ ପଞ୍ଚାୟତ କଣ୍ଡିପୁର ଗ୍ରାମରେ । ସେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବାଇକ୍ (ଓଡ଼ି ୧୯ଏଲ୦୫୬୯) ରେ ମହୀଧରପୁର ସାପ୍ତାହିକ ହାଟକୁ ଆସିଥିଲେ । ବାଇକ୍‌କୁ ଏକ ଔଷଧ ଦୋକାନ ଆଗରେ ପାର୍କିଂ କରି ହାଟ ଭିତରକୁ ଯାଇଥିଲେ । ହାଟରୁ ସଉଦା ସାରି ସେ ଫେରିବା ବେଳକୁ ତାଙ୍କ ବାଇକ୍‌ଟି ଚୋରି ହୋଇସାରିଥିଲା । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଏନେଇ ବଅଁରପାଳ ଥାନାରେ ଏତଲା ଦେଇଥିଲେ । ଏତଲା କ୍ରମେ ମାମଲା ରୁଜୁ କରି ଚଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!