ମହିଳାଙ୍କୁ ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

0

ଅନୁଗୁଳ: ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ସାନକେରେଜାଙ୍ଗ ଗ୍ରାମର ବାଲ୍ମିକୀ ନାଏକ ବୋଲି ଜଣାପଡ଼ିଛି।
ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସହରର ଜଣେ ଯୁବକ ଦୁଇ ମାସ ତଳେ ଜରପଡ଼ା ଅଞ୍ଚଳରେ ବିବାହ କରିଥିଲେ । ସଂପୃକ୍ତ ଯୁବତୀଙ୍କ ସହ କିନ୍ତୁ ଅଭିଯୁକ୍ତ ବାଲ୍ମିକୀର ଜରପଡ଼ା କଲେଜରେ ପଢୁଥିବା ବେଳେ ଭେଟ ହୋଇଥିଲା । ବାଲ୍ମିକୀ ସମ୍ପୃକ୍ତ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲା । ବିବାହ ପରେ ମଧ୍ୟ ବାଲ୍ମିକୀ ମହିଳାଙ୍କୁ ହଇରାଣ କରୁଥିଲା । ମହିଳାଙ୍କ ମୋବାଇଲ୍‌କୁ ଫେସବୁକ୍ ମେସେଞ୍ଜର ଜରିଆରେ ତାଙ୍କ ଅଶ୍ଳୀଳ ଫଟୋ ପଠାଉଥିଲା । ପ୍ରତିବଦଳରେ ଲକ୍ଷେ ଟଙ୍କା ମାଗୁଥିଲା । ଲକ୍ଷେ ଟଙ୍କା ନଦେଲେ ଫଟୋ ସବୁ ଏଡିଟି କରି ଫେସ୍‌ବୁକରେ ଛାଡ଼ିଦେବ ବୋଲି ଧମକ ଦେଇଥିଲା । ମହିଳାଙ୍କ ସ୍ବାମୀ ଏହା ଜାଣିବା ପରେ ବାଲ୍ମିକୀକୁ ଏଥିରୁ ନିବୃତ ହେବାକୁ କହିଥିଲେ । ମାତ୍ର ବାଲ୍ମିକୀ ତାଙ୍କୁ ମଧ୍ୟ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ଏନେଇ ସେ ଅନୁଗୁଳ ଥାନାରେ ଗୁରୁବାର ଦିନ ଲିଖିତ ଅଭିଯୋଗ କରିଥିଲେ । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.

error: Content is protected !!