ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୪ ଆହତ

0

ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ଅମାସମା ଗ୍ରାମ ଗଡ଼ାଣି ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଗାଡ଼ିରେ ଥିବା ୪ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତମାନେ ହେଲେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗ୍ରାମର ସବିତା ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ମମତା ମହାପାତ୍ର ଓ ରଘୁନାଥ ମହାପତ୍ର। ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି । ଅମାସମା ଗାଁର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ସଂଖୋଳିବାକୁ ଆସିଥିଲେ ସମ୍ପର୍କୀୟ । ରାତିରେ ଘରକୁ ଫେରୁଥିବା ବେଳେ ବୋଲେରୋଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ଆଠମଲ୍ଲିକ ଡାକ୍ତରଖାନା ପଠାଇଥିଲେ ।

Leave A Reply

Your email address will not be published.