About us

ଏଇ ତ ଅଙ୍କୁରୋଦ୍‌ଗମ୍‌ ମାତ୍ର। ଚାରାରୁ ଦ୍ରୁମଟିଏ ହେବାର ଅଭିପ୍‌ସା। ଯେମିତି, ନୂଆକରି ଆରମ୍ଭ ହୋଇଛି ପୃଷ୍ଠାଟିଏ, ଇପ୍‌ସିତ ଲକ୍ଷ୍ୟପଥରେ ଅଗ୍ରସର ହେଉ ହେଉ ଫର୍ଦ୍ଦ ପରେ ଫର୍ଦ୍ଦ ଯୋଡ଼ି ପୁସ୍ତକଟିଏ ହେବାର ଲକ୍ଷ୍ୟ। ରାସ୍ତା ଯଦିଓ ଦୀର୍ଘ, କଷ୍ଟକର; କିନ୍ତୁ ଅଲଂଘ୍ୟ ନୁହେଁ।
ମୋ ବାପା, ଓଡ଼ିଶାରେ ତାଙ୍କ ସମୟର ଜଣେ ପ୍ରତିଭାବାନ୍‌ ଫଟୋ ଜର୍ନାଲିଷ୍ଟ ସ୍ବର୍ଗତ ରାଜେନ୍ଦ୍ର ସାମଲଙ୍କ ସ୍ମୃତିରେ, ତାଙ୍କ ବିଚାରଧାରା ଅନୁସରଣରେ ଭିନ୍ନତା ଆଡ଼କୁ ପ୍ରଥମ ପାଦ କାଢ଼ିଛୁ। ଫଟୋଗ୍ରାଫି, ସାମ୍ବାଦିକତାରେ ଜିଜ୍ଞାଷୁ ମନୋଭାବ, ପିତୃପ୍ରତୀମ ଗୁରୁଜନଙ୍କ ଆଶୀର୍ବାଦ, ବନ୍ଧୁ, ସହଯୋଗୀ ଓ ଶୁଭେଛୁଙ୍କୁ ଅକୁଣ୍ଠ ସମର୍ଥନରେ ଅମଡ଼ା ମାଡ଼ିବାର ଦୁଃସାହସ; ‘ଏଟିଭି ଅନୁଗୁଳ ପୋର୍ଟାଲ୍‌’। ଜିଲ୍ଲାର କୋଣ ଅନୁକୋଣର ଛୋଟ ବଡ଼ ପ୍ରମୁଖ ଘଟଣାବଳି, ଗୁରୁତ୍ବପୂର୍ଣ୍ଣ ସୂଚନା, ମନୋରଂଜନର ଏକ ଫେଣ୍ଟାଫେଣ୍ଟି ୱେବ୍‌ ପୋର୍ଟାଲ୍‌ ‘ଏଟିଭି ଅନୁଗୁଳ ପୋର୍ଟାଲ୍‌’। ଆଶା, ଏଇ ସଦ୍ୟ ଉନ୍ମେଷିତ ବୀଜ ଚାରା, ଚାରାରୁ ଦ୍ରୁମ ହୋଇ ଆପଣମାନଙ୍କର ଖବର କ୍ଷୁଧା ମେଣ୍ଟାଇବାରେ ସଫଳ ହେବ।

CONTACT INFO

Rakesh Kumar Samal
Old Daily Market Lane,
Bazar Pada, Angul – 759122
Call/WhatsApp : +91 9853 0000 45
Mail id : atv.angul@gmail.com

error: Content is protected !!