ସାହାଯ୍ୟ ଆଳରେ ଠକେଇ

ଏଟିଏମ୍ କାର୍ଡ ବଦଳାଇ ଲୁଟିନେଲେ ୩୦ ହଜାର

0

ତାଳଚେର: ବିଶ୍ବାସରେ ବିଷ । ସାହାଯ୍ୟ କରିବା ଆଳରେ ଲୁଟିଲେ । ଏଟିଏମ୍ କାର୍ଡ଼ ବଦଳାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଉଠାଇ ନେଲେ ୩୦ ହଜାର ଟଙ୍କା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ଦୁର୍ଗାପ୍ରସାଦ ମହାରଥି(୫୩)। ସେ ତାଳଚେର ସହର ରାଜବାଟୀ ନିକଟ ସାମନ୍ତ ସାହରେ ରହୁଛନ୍ତି । ଶ୍ରୀ ମହାରଥି ଗତ ମଙ୍ଗଳବାର ସନ୍ଧ୍ୟାରେ ତାଳଚେର ବାଇପାସ୍ ଟ୍ରାଫିକ୍ ଛକ ନିକଟି ଏଟିଏମ୍ ଟଙ୍କା ଉଠାଇବାକୁ ଯାଇଥିଲେ। ଦୁଇଥର ଉଦ୍ୟମ ସତ୍ତ୍ୱେ ଏଟିଏମ୍‌ରୁ ଟଙ୍କା ଉଠାଣ ହୋଇପାରିନଥିଲା । ଏହି ସମୟରେ ଦୁଇ ଜଣ ଅଜଣା ଯୁବକ ସେଠାରେ ପହଞ୍ଚି ଶ୍ରୀ ମହାରଥୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଏମିତିକି ତାଙ୍କ ପାଇଁ ସେ ଟଙ୍କା ଉଠାଇ ଦେଇଥିଲେ। ମାତ୍ର ଟଙ୍କା ଉଠାଣ ପରେ ନିଜ ପାଖରେ ରଖିଥିବା ମେଞ୍ଚାଏ ଏଟିଏମ୍ କାର୍ଡ ମଧ୍ୟରୁ ଗୋଟିଏ ଶ୍ରୀ ମହାରଥିଙ୍କୁ ବଢ଼ାଇ ଦେଇ ତାଙ୍କ ଏଟିଏମ୍ କାର୍ଡ ନେଇ ଯାଇଥିଲେ । ସମାନ ଭଳି ଦିଶୁଥିବାରୁ ଏହାକୁ ଠଉରେଇ ପାରିନଥିଲେ ଶ୍ରୀ ମହାରଥି। ମାତ୍ର ମଙ୍ଗଳବାର ଓ ବୁଧବାର ଦୁଇ ଦୁର୍ବୃତ୍ତ ତାଙ୍କ ଏଟିଏମ୍ କାର୍ଡ଼ ବ୍ୟବହାର କରି ୪ ଥରରେ ୩୦ ହଜାର ଟଙ୍କା ଲୁଟି ନେଇଥିଲେ । ମୋବାଇଲକୁ ମେସେଜ ଆସିବା ପରେ ମହାରଥି ପାଖରେ ଥିବା ଏଟିଏମ୍ କାର୍ଡ ଯାଞ୍ଚ କରିଥିବା ମାତ୍ର ତାହା ତାଙ୍କର ନୁହେଁ ବୋଲି ଜାଣିବା ପରେ ଦୁଇ ଦୁବୃତ୍ତଙ୍କ ଦ୍ଵାରା ଠକାମିର ଶିକାର ହୋଇଥିବା ଜାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

error: Content is protected !!