କୋଭିଡ୍‌ ସ˚କ୍ରମଣ ଖସୁଛି, ବଢୁଛି କ୍ରୀଡା ଆସର

0

ଅନୁଗୁଳ: ଦୀର୍ଘ ୯ ମାସର ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନମେଣ୍ଟର ବୁଢ଼ିଆଣି ଜାଲରୁ ମୁକୁଳିବାକୁ ଚେଷ୍ଟା କରୁଛି ମଣିଷ। ମହାମାରୀ କରୋନା ସ˚କ୍ରମଣ ହାର ଖସୁଛି। ଖାଲି ଅନୁଗୁଳ ନୁହଁ ସମଗ୍ର ରାଜ୍ୟରେ ସ˚କ୍ରମଣ ହ୍ରାସ ପାଇବା ଶୁଭଙ୍କର ଖବରଟିଏ ନିଶ୍ଚୟ। ଗତ ୯ ମାସର ରିପୋର୍ଟକୁ ଯଦି ଦେଖାଯାଏ ତେବେ ସେଥିରେ ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁହାର ଅଧିକ ଥିଲା। ବର୍ତ୍ତମାନ ସ୍ଥିତିକୁ ଦେଖିଲେ କରୋନା ସୁନ୍ଦରଗଡ଼, ବରଗଡ଼, କଟକରେ ଅନ୍ୟ ଜିଲ୍ଲାଠାରୁ ଟିକେ ଅଧିକ ସ˚କ୍ରମଣ ରହିଛି। କିନ୍ତୁ ସାମଗ୍ରିକ ଭାବେ କରୋନାର ସ˚କ୍ରମଣ ହ୍ରାସ ପାଇବା ପରେ ସରକାରୀ କଟକଣା ମଧ୍ଯ କେତେକା˚ଶରେ ଉଠାଇ ଦିଆଯାଇଛି। ଏହାରି ସୁଯୋଗରେ ଏବେ ଶୀତ ଋତୁକୁ ଦେଖି ଖେଳ ପଡ଼ିଆରେ କି ଦିନ କି ରାତି ବିଭିନ୍ନ ପ୍ରକାର ଟୁର୍ଣ୍ଣାମେଣ୍ଟ ଚାଲିଛି। ଅନୁଗୁଳ ଜିଲ୍ଲାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ବିଭିନ୍ନ ରାଜନୈତିକ ଦଳର ମୁଣ୍ତିଆଳମାନେ ଏହାର ପ୍ରଯୋଜନା କରୁଛନ୍ତି। ଏଥିରେ ବିଜେପି ବିଜେଡି ଆଗଧାଡ଼ିରେ ଥିଲାବେଳେ କ˚ଗ୍ରେସ ପଛରେ ପଡ଼ିଛି। ତେବେ ଯିଏ ବି ଖେଳ ସ୍ପୋନ୍‌ସର କରୁନା କାହିଁକି ଖେଳାଳି, ଖେଳପ୍ରେମୀ ଖୁସି। ଗତ ୯ ମାସ ଧରି ପଡ଼ିଆ ଶୁନ୍‌ଶାନ୍‌ ପଡ଼ିଥିବାବେଳେ ଏବେ ରାତିରେ ଫ୍ଲଡ୍‌ ଲାଇଟ୍‌ ଲଗେଇ ଖେଳ ଚାଲିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ବେଶ୍‌ ଆନନ୍ଦ ଯୋଗାଇଛି।

Leave A Reply

Your email address will not be published.

error: Content is protected !!