Sunshine Communication

ଭାଲୁ ଆକ୍ରମଣରେ ଗାଈ ଜଗୁଆଳି ଗୁରୁତର

0

ଅନୁଗୁଳ: ଛେଣ୍ଡିପଦା ଥାନା କାଠପାଳ ଗ୍ରାମରେ ଗୁରୁବାର ଭାଲୁ ହାବୁଡ଼ରେ ପଡ଼ି ଭିକୁ ଦେହୁରୀ ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଛନ୍ତି । ଛେଣ୍ଡିପଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ରାଇଳ ଗ୍ରାମର ଭିକୁ ଦେହୁରୀ(୬୦) କାଠପାଳ ଗ୍ରାମରେ ଦୟାନିଧ ପ୍ରଧାନଙ୍କ ଗାଈ ଚରାଳି ଭାବେ କାମ କରୁ ଥିଲେ । ଆଜି ଭୋର୍ ବେଳେ ନିତ୍ୟକର୍ମ ପାଇଁ ଗାଁ ପାଖ ପୋଖରୀକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଦୟାନିଧି ଚିତ୍କାର କରିବାରୁ ନିକଟରେ ଥିବା କାଠପାଳ ଗ୍ରାମର ସୁଦାମ ମାଝି ଘଟଣାସ୍ଥଳକୁ ଧାଇଁ ଯାଇଥିଲେ । ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ବେଳେ ଭିକୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କାନ୍ଧରେ ପକାଇ ସୁଦାମ ଗାଁକୁ ଆଣି ଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

Puspa Facial Hub

Leave A Reply

Your email address will not be published.