ପୋଖରୀରେ ବୁଡ଼ି ବାପ ପୁଅଙ୍କ ମୃତ୍ୟୁ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ କଇଁଛବାହାଳ ଗାଁ ପୋଖରୀରେ ବୁଡ଼ି ବାପ ପୁଅଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଦିନ ପ୍ରାୟ ୧୨ଟା ବେଳକୁ ଗାଁର କ୍ଷୀରୋଦ ଜେନା(୨୨) ଓ ତାଙ୍କ ପୁଅ ଚନ୍ଦନ(୪) ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଗୋଡ଼ ଖସିଯିବାରୁ ବାପପୁଅ ୨ ଜଣ ପାଣିରେ ବୁଡ଼ିଯାଇଥିଲେ। ପୋଖରୀର ଗଭୀର ପ୍ରାୟ ୨୦ ଫୁଟ ହେବ। ତେଣୁ କ୍ଷୀରୋଦ ସେଠାରୁ ନିଜକୁ ବଞ୍ଚାଇ ପାରିଲେ ନାହିଁ। ସ୍ଥାନୀୟ ଲୋକ ବାପ ପୁଅଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।

Leave A Reply

Your email address will not be published.

error: Content is protected !!