ଅବକାରୀ ଚଢ଼ଉ, ଜଣେ ଗିରଫ

0

ଅନୁଗୁଳ: ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଓ ତାଳଚେର ଅବକାରୀ ବିଭାଗ ରବିବାର ମିଳିତ ଭାବେ ସାନହାର ଜଙ୍ଗଲରେ ଚଢ଼ଉ କରି ୪ ହଜାର କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲ ଭିତରେ ମଦ ରାନ୍ଧିବାକୁ ମହୁଲ ପୋଚ କରାଯାଇଥିବା ସୂଚନା ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା । ସେହିପରି ଅବକାରୀ ଇନିସ୍ପେକ୍ଟର ସୁମତି ତ୍ରିପାଠୀଙ୍କ ନେତୃତ୍ବରେ କଲିୟରୀ ଥାନା ଗୋପାଳପ୍ରସାଦ ଗ୍ରାମରେ ଏକ ଦୋକାନରେ ଚଢ଼ଉ କରି ୨୪ ଲିଟର ବିଦେଶୀ ମଦ, ମଦ ରଖାଯାଇଥିବା ଏକ ଫ୍ରିଜର୍ ଜବତ କରାଯାଇଥିଲା । ଏହି ମଦ ଚୋରା କାରବାରରେ ସଂପୃକ୍ତ ଆଦିତ୍ୟ ବେହେରାକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!