ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଜଣେ ଗିରଫ

0

ଅନୁଗୁଳୁ: ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଇଲାକା ଦଦରାଘାଟିର ରାମଚନ୍ଦ୍ର ବାରିକ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ ରାମଚନ୍ଦ୍ର ଅନୁଗୁଳ ବ୍ଳକ୍ ବଲାସିଂହା ଗ୍ରାମରେ ବିବାହ କରିଛନ୍ତି। ବିବାହ ପରେ ସେ ପତ୍ନୀଙ୍କୁ ଧରି ଅନୁଗୁଳର ତାମ୍ରିତ୍ କଲୋନୀରେ ରହୁଛନ୍ତି । ରାମଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଝଗଡ଼ା ଲାଗି ରହିଛି । ଆଜି ସକାଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ବୁଝାସୁଝା କରିବାକୁ ବଲାସିଂହା ଗ୍ରାମରୁ ରାମଚନ୍ଦ୍ରଙ୍କ ଶଳା ଭାଉଜ ଆସିଥିଲେ। ସେ ନଣନ୍ଦ ଓ ନଣନ୍ଦ ଜ୍ୱାଇଁଙ୍କୁ ବୁଝାସୁଝା କରିବା ବେଳେ ରାମଚନ୍ଦ୍ର ରାଗି ଯାଇ ଶଳା ଭାଉଜଙ୍କ ମୁଣ୍ଡକୁ ଏକ କାଠ ବେଟନରେ ପିଟି ଦେଇଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!