ନୂଆବର୍ଷରୁ ହୋଣ୍ତା କାର‌୍‌ ମହଙ୍ଗା

0

ଅନୁଗୁଳ: ୨୦୨୧ ଜାନୁଆରୀରୁ ଭାରତରେ ହୋଣ୍ତା କାର‌୍‌ ମହଙ୍ଗା ହେବାକୁ ଯାଉଛି। ଏ ବାବଦରେ ହୋଣ୍ତା କାର‌୍‌ସ ଇଣ୍ତିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଭାରତରେ କମ୍ପାନିର କମ୍ପାକ୍ଟ ସେଡାନ୍‌ ଆମେଜ୍‌ଠାରୁ ଆରମ୍ଭ କରି ପ୍ରିମିୟମ୍‌ ଏସ୍‌ୟୁଭି ସିଆର‌୍‌-ଭି ପର୍ଯ୍ୟନ୍ତ ରେଞ୍ଜ୍‌ର ଉତ୍ପାଦ ରହିଛି। ଆମେଜ୍‌ର ଏକ୍ସସୋରୁମ୍‌ ଦିଲ୍ଲୀ ମୂଲ୍ୟ ୬.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଣ୍ଟ୍ରି-ଲେଭଲ ସିଆର‌୍‌-ଭିର ମୂଲ୍ୟ ୨୮.୭୧ ଲକ୍ଷ ଟଙ୍କା ରହିଛି। କମ୍ପାନିର ଜଣେ ଡିଲର ଏହି ଖବରକୁ ସ୍ପଷ୍ଟ କରିଛନ୍ତି। କଞ୍ଚାମାଲ୍‌ ମହଙ୍ଗା ହେବା ଏବ˚ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଯୋଗୁଁ ଏଚସିଆଇଏଲ୍‌ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!