Sunshine Communication

ହୋଟେଲ୍‌ରେ ମଦ କାରବାର, ମାଲିକ ଗିରଫ

0

ଅନୁଗୁଳ: ଲକ୍‌ଡାଉନ୍ କଟକଣା ବେଳେ କେବଳ ହୋଟେଲ୍‌ରୁ ପାର୍ସଲ ଦିଆଯିବାକୁ କଟକଣା କୋହଳ କରାଯାଇଥିବା ବେଳେ ବେଧଡ଼କ ଚାଲିଥିଲା ମଦ କାରବାର । ଏ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପ୍ରଶାସନ ଓ ପୁଲିସର ମିଳିତ ସ୍କ୍ଵାଡ ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ବସଷ୍ଟାଣ୍ଡ୍‌ରେ ଚଢ଼ଉ କରିଥିଲେ। ହୋଟେଲ୍ ସୁଚିତ୍ରା ଓ ସାମ୍‌ନା ପାନ ଦୋକାନରୁ ୩୭ ବୋତଲ ବିଦେଶୀ ମଦ ଜବତ କରାଯାଇଥିଲା। ଏଥିସହିତ ହୋଟେଲ ମାଲିକ ନବଘନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ସହକାରୀ ଜିଲ୍ଲାପାଳ ଦୋଳଗୋବିନ୍ଦ ସାହୁ ପ୍ରକାଶ କରିଛନ୍ତି।

Puspa Facial Hub

Leave A Reply

Your email address will not be published.