ରୁଗୁଡି ଆଶ୍ରମରେ ଇନ୍ଦ୍ରୋତ୍ସବ ଓ ଭାଗବତ ଜନ୍ମ ମହୋତ୍ସବ ପାଳନ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସୋଲଡା ତେଲିପୁର ସାହି ନିକଟସ୍ଥ ରୁଗୁଡି ଆଶ୍ରମରେ ଇନ୍ଦ୍ରୋତ୍ସବ ଓ ଭାଗବତ ଜନ୍ମ ମହୋତ୍ସବ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାର ଆଶ୍ରମ ପରିସରରେ ଏକ ଶ୍ରୀମଦ୍ ଭଗବତ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଶ୍ରମର ମହନ୍ତ ବାବା ବାମଦେବ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଯଜ୍ଞରେ କର୍ତା ଭାବରେ ଦେବେନ୍ଦ୍ର ଦଳବେହେରା ଯୋଗ ଦେଇଥିଲେ । ଈଶ୍ବର ଚନ୍ଦ୍ର ଶତପଥୀ,ଟଙ୍କଧର ଶତପଥୀ,ହୃଦାନନ୍ଦ ଶତପଥୀ,ଶୁଶାନ୍ତ ଶତପଥୀ, ବାବା ହରେକୃଷ୍ଣ ଓ ସନ୍ତୋଷ ଶତପଥୀ ସୂର୍ଯ୍ୟ ପୂଜା, ଗୋପୂଜନ,ପଂଚ କର୍ମ, ଗୀତା ପାଠ,ଭାଗବତ ପାଠ,ପୂର୍ଣାହୂତି ପ୍ରମୁଖ ଅନୁଷ୍ଠାନ ବିଧି ମୁତାବକ ସଂପନ୍ନ କରିଥିଲେ । ଏହି ଉତ୍ସବରେ କଳମଛୁଇଁ ସମିତିସଭ୍ୟା କୁମୁଦିନୀ ସାହୁ, ନାଏବ ସରପଂଚ ସୁବ୍ରତ କୁମାର ପ୍ରଧାନ,ମୂରଲୀଧର ସାହୁ, ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ,କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ,ରନ୍ଧାକର ସାହୁଙ୍କ ସମେତ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ଯଜ୍ଞକାର୍ଯ୍ୟ ସମାପନ ହୋଇଥିଲା । ଲକ୍ଷ୍ମୀଧର ପ୍ରଧାନ,ପ୍ରଫୁଲ୍ଲ ପ୍ରଧାନ,ରାଜେନ୍ଦ୍ର ମହାପାତ୍ର, କବିରାଜ ସାହୁ, ପଦ୍ମଲୋଚନ ସାହୁ, ମନୋଜ ବେହେରା, କୁନା ବେହେରା, ଭଗବାନ ବେହେରା, ସନ୍ତୋଷ ସାହୁ,ବିପିନ ସାହୁ ପ୍ରମୁଖ ଯଜ୍ଞକାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!