କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

0

ଅନୁଗୁଳ: କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ମିଥ୍ୟା ଗୁଜବ ପ୍ରଚାର କରି ଜଣେ ସାମ୍ବାଦିକ ପୋଲିସ ହାତରେ ଗିରଫ ହୋଇଛନ୍ତି ।ମଙ୍ଗଳବାର ୮ତାରିଖ ଦିନ ବନ୍ତଳା ଅଂଚଳର ସାମ୍ବାଦିକ ବିଜୟ ସ୍ୱାଇଁ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ନନ୍ଦପୁର, ମାଧପୁର ଓ ମଧୁପୁରରେ ୩୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସେ ଉଲ୍ଲେଖ କରିଥିଲେ । ଏହି ଖବର ଫେସବକୁରେ ଭାଇରାଲ ହେବା ପରେ ଲୋକଙ୍କ ମନରେ ଛନକା ପଶିଥିଲା । ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏହି ତଥ୍ୟକୁ ଏକ ଟୁଇଟ୍ ଜରିଆରେ ରୋକଠୋକ ଖଣ୍ଡନ କରିଥିଲା ।ଜଣେ ସାମ୍ବାଦିକ ଏଭଳି ମିଥ୍ୟା ଗୁଜବ ପ୍ରଚାର କରିବା ଅଭିଯୋଗରେ ଆଜି ବନ୍ତଳା ଥାନା ପୋଲିସ ବିଜୟ ସ୍ୱାଇଁଙ୍କୁ ଗିରଫ କରିଥିବା ସୂଚନା ରହିଛି । ଗିରଫ ବିଜୟ ସ୍ୱାଇଁଙ୍କ ଡାକ୍ତରୀ ଯାଂଚ ପରେ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

error: Content is protected !!