ମା’ ସନ୍ତୋଷୀ ପାଲବନ୍ଧା ଶ୍ରମଜୀବୀ ସଂଘର ବୈଠକ

0

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହରିହରପୁର ପଂଚାୟତ ରୁଟଭୂଇଁ ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଅପରାହ୍ନରେ ମା’ ସନ୍ତୋଷୀ ପାଲଭିଡ଼ା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସତ୍ୟବ୍ରତ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ନୂତନ ସଭାପତି ଭାବେ ସତ୍ୟବ୍ରତ ମହାନ୍ତି ଏବଂ ସମ୍ପାଦକ ଭାବେ ବିଜୟ କୁମାର ବେହେରାଙ୍କୁ ବଛା ଯାଇଥିଲା। ବିଜିଗୋଳ ପଂଚାୟତ ଟୋଲକପଶି ରାସ୍ତା ଦେଇ କୋଇଲା ଲୋକାଲ ସେଲ ପରିବହନକୁ ବିରୋଧ କରାଯିବ ବୋଲି ମତପ୍ରକାଶ ପାଇଥିଲା । କୋଇଲା ପରିବହନ ପାଇଁ ଏମସିଏଲ୍ ସତନ୍ତ୍ର ରାସ୍ତା କରିବା ଏବଂ ବେକାରୀଙ୍କୁ ପାଲଭିଡ଼ା କାମରେ ନିଯୁକ୍ତି ଦେବାକୁ ଦାବି ହୋଇଥିଲା । ବୈଠକରେ ବିଶିକେଶନ ମହାନ୍ତି, ବନମାଳୀ ସାମଲ, ବିକାଶ କୁମାର ପ୍ରଧାନ, ଅନୁ ଦେହୁରୀ, ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!