ଅନୁଗୁଳ (Jugal Kishore Sahoo): କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଲୋଧାବନ୍ଧ ଗ୍ରାମବାସୀ ତଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ ନବ ନିର୍ମିତ ଦିବ୍ୟ ମା’ ତାରିଣୀ ଦେବୀଙ୍କ ବିଗ୍ରହ ଓ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଶନିବାର ପୂର୍ବାହ୍ନରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପହଁଚି ବିଭୂକୃପା ଲାଭ କରିବା ସହିତ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗତ ଗୁରୁବାର ସକାଳ ବେଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜିଗୋଳ ମା’ ଭୈରବୀ ପିଠ ନିକଟସ୍ଥ ବ୍ରାହ୍ମଣୀ ନଦୀ ପଠାରେ ପୁରୋହିତଙ୍କ ଦ୍ଵାରା ଯଥାରିତିନିତିରେ ପୂଜାର୍ଚ୍ଚନା କରିବା ପରେ ଗ୍ରାମର ଶତାଧିକ ମହିଳା ବ୍ରତଧାରୀଙ୍କ ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏକ ବିରାଟ ଶୋଭାଯାତ୍ରାରେ ବାରଡାଙ୍ଗୁଆ ଓ ବିଜିଗୋଳ ଗାଁ ନୂଆଁସାହି, ଏନ୍ଟିପିସି ବସଷ୍ଟାଣ୍ଡ, ଏନ୍ଟିପିସି ଲକ୍ଷ୍ମୀବଜାର ମାର୍କେଟ୍, ବାଇପାସ୍ ମାର୍କେଟ, ଭିମକାଣ୍ଡ ପରିକ୍ରମା କରି ଲୋଧାବନ୍ଧ ଗାଁରେ ନବନିର୍ମିତ ମା’ ତାରିଣୀ ମନ୍ଦିର ଯଜ୍ଞସ୍ଥଳରେ ପହଁଚି ଘଟସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପୁରୋହିତ ଭାବରେ ମୁଖ୍ୟ ଆଚାର୍ଯ୍ୟ ତଥା ଦେବୀ ଉପାସକ ପଣ୍ଡିତ ବିଭୂତି ଭୂଷଣ ପାଳ, ବୈଦିକ ବ୍ରାହ୍ମଣ ପରିଷଦ ଓଡିଶା ସମ୍ପାଦକ ପଣ୍ଡିତ ସତ୍ୟ ନାରାୟଣ ତ୍ରିପାଠି, ନିମାପଡାର ପଣ୍ଡିତ ସୁଧାଂଶୁ ଶେଖର ମିଶ୍ର, ହିନ୍ଦୋଳ ର ପଣ୍ଡିତ ଶ୍ରୀନିବାସ ମିଶ୍ର, ପଣତ ସନ୍ତୋଷ କୁମାର ଦାଶ, କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ନାୟକ, ପଣ୍ଡିତ ଶୁଭ୍ରକାନ୍ତ ନନ୍ଦ, ପଣ୍ଡିତ ସନ୍ତୋଷ କୁମାର ମିଶ୍ର ସମେତ ଆଂଚଳିକ ପଣ୍ଡିତ ମଣ୍ଡଳୀଙ୍କ ଶ୍ଳୋକ, ମନ୍ତ୍ର ଧ୍ଵନୀରେ ଚଦିଗ କମିଥିଲା । ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭୂକୃପା ଲାଭ ପାଇଁ ନିତି ଲୋକଙ୍କର ଭିଡ଼ ଜମୁଛି ।ଶନିବାର ଏହି ଉତ୍ସବର ତୃତୀୟ ଦିନରେ ସର୍ବ ଦେବାଦେବୀ ମହାସ୍ନାନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ରବିବାର ମନ୍ଦିର ପ୍ରତିଷ୍ଠା, ଦେବାଦେବୀ ଜୀବନ୍ୟାସ ପାଣି ପ୍ରତିଷ୍ଠା, ଯଜ୍ଞ ମଣ୍ଡପ ବିଜେ ଆଦି କାର୍ଯ୍ୟକ୍ରମ ରହିଛି । ଆସନ୍ତା ସୋମବାର ମା’ ତାରେଣୀ ଦେବଙ୍କର ନଗପରିକ୍ରମା, ପୂର୍ଣ୍ଣାହୁତି, ପ୍ରସାଦସେବନ ପରେ ଉତ୍ସବର ଉଦ୍ଯାପନୀ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି କର୍ମକଙ୍କ ସୂତ୍ରରୁ ପ୍ରକାଶ । ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟ ଏହି ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।