୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ!

0

ଅନୁଗୁଳ: ୨୦ ଟଙ୍କାର ମଦ ପାଇଁ ଚାଲିଗଲା ଜୀବନ । ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ପିଟାମରା କରିବା ପରେ ଗରମ ପାଣି ଫୋପାଡ଼ି ନିର୍ମମ ଭାବେ କଲେ ହତ୍ୟା । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ଥାନା ପୋଡାଗଡ଼ ଗ୍ରାମରେ ସୋମବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପୋଡାଗଡ଼ ଗ୍ରାମର ଲକ୍ଷ୍ମଣ ବେହେରା(୪୬)। ହତ୍ୟା ଅଭିଯୋଗ ପରେ ପୁଲିସ୍ ୨ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଲକ୍ଷ୍ମଣ ସୋମବାର ପୋଡାଗଡ଼ ଗ୍ରାମର ମଣି ଧାଙ୍ଗରଙ୍କ ଘରକୁ ମହୁଲି ମଦ ପିଇବାକୁ ଯାଇଥିଲେ। ସେଠାରେ ୨୦ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ମଣି ଓ ତାଙ୍କ ଭାଇ କନ୍ଦର୍ପ ଧାଙ୍ଗର ମିଶି ଲକ୍ଷ୍ମଣଙ୍କୁ ମାଡ ମାରିଥିଲେ । ପରେ ତାଙ୍କ ଦେହକୁ ଗରମ ପାଣି ଫିଙ୍ଗି ଦେଇଥିଲେ।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେମାନେ ଗ୍ରାମ ଠାରୁ ୧ କିଲୋମିଟର ଦୂରରେ ଲକ୍ଷ୍ମଣଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲେ। ଖବର ପ୍ରଘଟ ହେବାପରେ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ପାଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକୁ ଆଧାର କରି ମଦ ବିକ୍ରି କରୁଥିବା ମଣି ଓ କନ୍ଦର୍ପଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍ ଟିମ୍ ସନ୍ଧାନ କୁକୁର ସାହଯ୍ୟ ରେ ତଦନ୍ତ କରୁଥିବା ବେଳେ କୁକୁରଟି ଥାନାରେ ଅଟକ ଥିବା ବ୍ୟକ୍ତିଙ୍କ ଘରକୁ ପହଞ୍ଚିଥିବା ଜଣାପଡିଛି । ମୃତକଙ୍କ ପୁଅ ଜଗା ବେହେରା (୨୮) ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.

error: Content is protected !!