ଖଣ୍ଡା ଦେଖାଇ ଡରାଇଲେ, ମୋବାଇଲ ଝାମ୍ପିନେଲେ

0

ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ପୁଲିସ୍ର ଢିଲାପଣ ପାଇଁ ନିର୍ବିଘ୍ନରେ ଅପରାଧ ଘଟାଉଛନ୍ତି । ଗତ ୧୪ ତାରିଖ ରାତିରେ ବଲଣ୍ଡା ଠାରେ ଜଣେ ଯୁବକ ଲୁଟପାଟର ଶିକାର୍ ହୋଇଥିଲେ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ବେକରେ ଖଣ୍ଡା ଲଗାଇ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ସେହି ରାତିରେ ସମାନ ଢଙ୍ଗରେ ଆଉ ଏକ ଲୁଟ୍‌ପାଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଲେ କାଳୀଚରଣ ସାହୁ(୪୮) । ସେ ଏନ୍ଏସସି ହସ୍ପିଟାଲ୍ କଲୋନୀରେ ରୁହନ୍ତି । ଗତ ସୋମବାର ରାତି ସାଢ଼େ ୧୧ଟା ବେଳେ ତାଳଚେର ରେଳ ଷ୍ଟେସନ୍‌ରୁ ଫେରୁଥିଲେ । ଜଗନ୍ନାଥ ଏରିଆ ଜିଏମ୍ ଅଫିସ୍ ପାଖରେ ୨ ଜଣ ଯୁବକ ଏକ ସ୍ପିଡ୍ ବାଇକରେ ଆସି ତାଙ୍କ ବାଟ ଓଗାଳି ଥି ଲେ । ଜଣେ ଯୁବକ ତାଙ୍କ ବେକରେ ଖଣ୍ଡା ଲଗାଇଥିଲା । ଅନ୍ୟ ଜଣେ ତାଙ୍କ ପର୍ସ ସହ ମୋବାଇଲ ଛଡ଼ାଇଥିଲା । ଏମିତିକି ତାଙ୍କୁ ପିଟାମରା କରି ସେମାନେ ଫେରାର ହୋଇଯାଇଥିଲେ। ଏନେଇ କାଳୀଚରଣ ବୁଧବାର କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି ।

Leave A Reply

Your email address will not be published.

error: Content is protected !!