ଚର୍ଚ୍ଚାରେ ସା˚ସଦଙ୍କ କ୍ୟାଲେଣ୍ତର

0

ଅନୁଗୁଳ: ନୂଆବର୍ଷ ଆସିଲେ ଡାଏରୀ, ପେନ୍, କ୍ୟାଲେଣ୍ଡର ଆଦି ଉପହାର ଦେଇ ଅନ୍ୟକୁ ଶୁଭେଚ୍ଛା ଜଣାଇବାକୁ ଅନେକ ପସନ୍ଦ କରିଥାନ୍ତି। ମାଗଣା ସରକାରୀ ଚାଉଳ, ଗହମକୁ ଆଶା କଲାଭଳି ଅନେକେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି। ମାଗଣା ଫୁଲତୋଡ଼ା, ଡାଏରୀ, ଟେବୁଲ୍‌ ଟପ୍‌ ଓ କାନ୍ଥ କ୍ୟାଲେଣ୍ତର, ଭଳିକି ଭଳି କଲମ, ପେନ୍‌ଷ୍ଟାଣ୍ତ ଏମିତି କେତେ କଣ। ହେଲେ ନୂଆବର୍ଷରେ ଢେଙ୍କାନାଳ ସା˚ସଦଙ୍କ କ୍ୟାଲେଣ୍ତର ଏବେ ଚର୍ଚ୍ଚାରେ ଅଛି। ସା˚ସଦ ମହେଶ ସାହୁଙ୍କ କଥା ଯେମିତି, କାମ ସେମିତି। ଶସ୍ତାରେ କିଭଳି ମାଇଲେଜ୍‌ ମିଳିବ, ସେ ବ୍ରେନ୍‌ ତାଙ୍କର ଅଛି। ଜିଲ୍ଲାର ଏମ୍‌ଏଲ୍‌ଏମାନେ ନୂଆବର୍ଷ ହୋର୍ଡି˚ ଲଗାଇବା ପାଇଁ ପ୍ରତିଯୋଗିତା କରୁଥିବାବେଳେ ସା˚ସଦଙ୍କ କ୍ୟାଲେଣ୍ତର ସିଧା ଭୋଟରଙ୍କ ଘରେ ପଶିଯାଉଛି। ଏ କ୍ୟାଲେଣ୍ତରରେ ପର୍ବପର୍ବାଣୀ ଛଡ଼ା ଟ୍ରେନ୍‌ ଟାଇମି˚ ବି ଅଛି। ସବୁଠାରୁ ମଜାର କଥା ହେଲା ସେଥିରେ ବିବାହ ମେଳକର ସୂତ୍ର ବି ଅଛି। ବାବୁଙ୍କ ଶହଶହ ଅନୁଗତ ବ୍ୟାଚଲର ଥିବାରୁ ବୋଧହୁଏ ଏଭଳି ସୂତ୍ର ସ୍ଥାନ ପାଇଛି ବୋଲି ଚା’ଖଟିରେ ଚର୍ଚ୍ଚା ହେଉଛି। ବାବୁ ମଧ୍ଯ ଏ କ୍ୟାଲେଣ୍ତର ସବୁ ଗଣମାନ୍ୟ ବ୍ୟକ୍ତି ଏବ˚ ମିଡିଆ ପାଖରେ କିଭଳି ପହଞ୍ଚିବ ସେଥିନେଇ ଦୂତମାନଙ୍କୁ ହ୍ବିପ୍‌ ଜାରି କରିଛନ୍ତି।

Leave A Reply

Your email address will not be published.

error: Content is protected !!