ତଣ୍ଡ ଗଣିଲେ ୧୦ ବ୍ୟବସାୟୀ

0

ଅନୁଗୁଳ: ପ୍ରହସନ, ପାଲଟିଛି ପଲିଥିନ୍ କଟକଣା। ଅନୁଗୁଳ ସହରରେ ବେଧଡ଼କ ଚାଲିଛି ପଲିଥିନ୍ କାରବାର। ଖୁଲମଖୁଲା ନିଷିଦ୍ଧ ପଲିଥିନରେ ସାମଗ୍ରୀ ଦିଆନିଆ ଚାଲିଛି । ତେବେ ଦୀର୍ଘଦିନ ପୌର କର୍ତ୍ତୁପକ୍ଷ ଚୁପ ବସିବା ପରେ ବୁଧବାର ଚଢ଼ାଉ ଆରମ୍ଭ ହୋଇଛି । ପୌରପାଳିକାର
ସ୍ୱତନ୍ତ୍ର ଟିମ୍ ସନ୍ଧ୍ୟାରେ ଏସ୍‌ବିଆଇ ସମ୍ମୁଖ, ବୁଢ଼ୀ ଠାକୁରାଣୀ ଛକ ଓ ଅମଲାପଡ଼ାରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ୧୦ ଜଣ ବ୍ୟବସାୟୀଙ୍କଠାରୁ ବିପୁଳ ପରିମାଣର ପଲିଥିନ୍ ଜବତ କରାଯାଇଥିବା ବେଳେ ସେମାନଙ୍କ ଠାରୁ ମୋଟ୍ ୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଚଢ଼ାଉରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ପୌର କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!