ଚୋରି କରି ଜଣେ ଗିରଫ

0

ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ  ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି ଶୋଇଥିଲେ । ତେବେ ରାତି ପ୍ରାୟ ସାଢେ ୩ଟାବେଳେ ଏକ ଅଜଣା ବ୍ୟକ୍ତି ତାଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରୁଥିବାବେଳେ ପରିବାର ଲୋକ ଉଠି ପଡ଼ିଥିଲେ । ପରିବାର ଲୋକ ଉଠି ପଡ଼ିବା ଦେଖି ଚୋର ସୁନା ଅଳଙ୍କାର ନେଇ ଫେରାର ହୋଇଥିଲା । ତେବେ ଅଜଣା ବ୍ୟକ୍ତି ଏକ ପଲସର ବାଇକରେ ଆସିଥିବା ପରିବାର ଲୋକ ଦେଖିଥିଲେ । ଏନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଥିଲା । ପୁଲିସ ଆଜି ସୁନା ଅଳଙ୍କାର ଏବଂ ପଲସର ବାଇକକୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.