ଏଚଏମଏସ ପକ୍ଷରୁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ

0

ଅନୁଗୁଳୁ (Jugal Kishore Sahoo): ଅନୁଗୁଳୁ ଜିଲ୍ଲା କଣିହାଁ ଏମସିଏଲ୍ ପ୍ରକଳ୍ପ ଅଫିସ ସମ୍ମୁଖରେ କ୍ୱାର୍ଟର ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ଗୁରୁବାର  ଏଚଏମଏସ୍ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଥିଲା । ତେବେ ଏମସିଏଲୄ ଅଧିକାରୀ ଓ ଏଚଏମଏସ୍ ସଂଘ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ବସିଥିଲା ଏବଂ ୭ ଦିନ ମଧ୍ୟରେ ହାଉସ କମିଟି ବୈଠକ ବସିଲେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ନିଷ୍ପତି ହେବା ପରେ ଧାରଣା କାରୀ ଧାରଣାରୁ ହଟିଥିଲେ । ତେବେ ନିର୍ଦ୍ଧିଷ୍ଟ ୩ ଟି କ୍ଵାଟରକୁ ଅସ୍ତ୍ରକରି ଏଚଏମଏସ୍ ପକ୍ଷରୁ ଦିଆଯାଇଥିବା ଧାରଣା ବେଆଇନ ବୋଲି କଣିହାଁ ଖଣିର ଜୈନେକ ବରିଷ୍ଠ ଅଧିକାରୀ ନିଜ ନାମକୁ ଗୋପନରେ ରଖି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଗତ (ମଙ୍ଗଳବାର ) ଦିନ କଣିହାଁ ଓସିପି ଶ୍ରମିକ ୟୁନିୟନ ଇଲେକ୍ସନ ହୋଇଥିଲା।ଏହି ନିର୍ବାଚନରେ ଓସିପି ନୂତନ ନିଯୁକ୍ତି ପ୍ରାପ୍ତ ଓ ଏମସିଏଲର ଅନ୍ୟ ପ୍ରକଳ୍ପରୁ ଆସିଥିବା ୨୦ଜଣ କର୍ମଚାରୀଙ୍କୁ ନେଇ ନିର୍ବାଚନ ହୋଇଥିଲା। ସେଥିରୁ ୧୭ ଭୋଟ ବିଏମଏସ୍ ଖାତାକୁ ଆସିଥିଲା ବେଳେ ଏଚଏମଏସକୁ ଖଣ୍ଡିଏ ଓ ଆଇଏନଟିୟୁସି ଶ୍ରମିକ ସଂଗଠନ ୨ଟି ଭୋଟରେ ସନ୍ତୁଷ୍ଟ ହୋଇଥିଲା । ଏହି ଭୋଟିଂ ଫଳାଫଳ ଜାଣିବାପରେ ଉଭୟ ଏଚଏମଏସ୍ ଓ ଆଇଏନଟିୟୁସି ୟୁନିୟନ ହତାଶ ହୋଇ  ଆକ୍ରୋଶ ମୂଳକ ଭାବରେ ଏଭାଳି ଧାରଣା ଦେଇଥିବା ବିଏମଏସ୍ ଶ୍ରମିକ ସଂଗଠନ ସମ୍ପାଦକ ଅଭୟ କୁମାର ସାହୁ ସୂଚନା ଦେଇଛନ୍ତି। ୩ଟି କ୍ଵାଟରରେ ବିଏମଏସ୍ କର୍ମଚାରୀ ସଂଘର ସଦସ୍ୟ ରହୁଛନ୍ତି। ଗୋଟିଏ କ୍ଵାଟର ଦୀର୍ଘ ୫ ବର୍ଷ ପୂର୍ଵରୁ ଆଲର୍ଟ ହୋଇଥିବା ବେଳେ ଆଉଟ ସାଇଡ ପ୍ରଜେକ୍ଟରୁ ଆସିଥିବା ୩ କର୍ମଚାରୀ ଗୋଟିଏ କ୍ୱାଟରରେ ରହୁଛନ୍ତି। ଡୁଆଲ ଶ୍ରମିକ ସଂଘରେ ଥିବା ସଦସ୍ୟ ବିଏମଏସକୁ ଆସିଲା ପରେ ଏଭଳି ଘଟଣା ଘଟିଥିବା ବିଏମଏସ୍ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଟ୍ରାଞ୍ଜିଟ କ୍ୟାମ୍ପ କ୍ୱାର୍ଟର ଅଲର୍ଟମେଂଟ  ୟୁନିୟନକୁ ଏମସିଏଲ୍ ପକ୍ଷରୁ ଦିଆଯାଇଥିବା ବେଳେ ସେମାନଙ୍କର ପରିବାର ଲୋକ ରହୁଛନ୍ତି ବୋଲି ଏମସିଏଲ୍ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.