କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ, ଶ୍ରମିକ ଏକତା ମଞ୍ଚ ପ୍ରତିନିଧି

0

ଅନୁଗୁଳ: ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ) ଶ୍ରମିକ ଏକତା ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବରଠାରେ ଭେଟିଛନ୍ତି । ପୁରୁଣା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ସଙ୍ଗେ ସଙ୍ଗେ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଆରମ୍ଭ କରାଯିବା ନେଇ ପ୍ରତିନିଧି ମଣ୍ଡଳୀ ଦାବି ଜଣାଇଥିଲେ । ଥର୍ମାଲ ପ୍ଲାଣ୍ଟ କାର୍ଯ୍ୟ ବହୁତ ବିଳମ୍ବ ହୋଇଛି, ଆଉ ବିଳମ୍ବ ନହେଉ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ଜଣାଯାଇଛି । ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଥର୍ମାଲ ଏକତା ମଞ୍ଚର ସଭାପତି ବିନୋଦ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାମଲ, ସହଦେବ ସାହୁ ପ୍ରମୁଖଙ୍କ ସମେତ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଆଲୋଚନା ବେଳେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!