ଅନୁଗୁଳ: ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆସନ୍ତା ଜୁଲାଇ ୨୫ ତାରିଖରେ ପାଳନ କରିବାକୁ ଯାଉଛି ଏହାର ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ମଙ୍ଗଳବାର ଭୁବନେଶ୍ଵର ସ୍ଥିତ ସାହିତ୍ୟ ଏକାଡ଼େମୀ ପରିସରରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଭାଗ କବିତା ଆବୃତ୍ତି ବିଭାଗରେ ଅନୁଗୁଳ ଓପି ଜିନ୍ଦଲ ସ୍କୁଲର ଦଶମଶ୍ରେଣୀ ଛାତ୍ର ଦେବଦତ୍ତ ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଏକାଡ଼େମୀର ରାଜ୍ୟସ୍ତରୀୟ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯିବ।