ଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

0

ତାଳଚେର: ଦିଲ୍ଲୀର ଗ୍ରେଟର ନୋଏଡାରେ କ୍ରାଉନ୍‌ ପ୍ଲାଜାଠାରେ ଏମ୍‌ଆଇକ୍ୟୁଏଚ୍‌ ଦ୍ବାରା ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ତାଳଚେର ଝିଅ ଶୁଭାଲିନ୍‌ ସାହୁ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୨୧ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଦିଲ୍ଲୀର ନୋଏଡା ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଯୁବତୀ ଓ ଗୃହିଣୀମାନେ ଯୋଗ ଦେଇ ଫେସନ୍‌ ଜରିଆରେ ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ। ଫାଇନାଲ୍‌ ପର୍ଯ୍ୟାୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ନିର୍ଦ୍ଦେଶିକା ସଲୋନୀ ଅଗ୍ରୱାଲ୍ ଓ ସହ ନିର୍ଦ୍ଦେଶିକା ଅଙ୍କୁର ଅଗ୍ରୱାଲା ଯୋଗ ଦେଇ ଶୁଭାଲିନ୍‌ଙ୍କୁ ପୁରସ୍କୃତ କରିଥିଲେ। ଶୁଭାଲିନ୍‌ ହେଉଛନ୍ତି ତାଳଚେର ବ୍ଲକ୍‌ ଅନନ୍ତ ବିହାର କଲୋନୀରେ ରହୁଥିବା ଡଅଁରା ଗ୍ରାମର ସ˚ଜୟ କୁମାର ସାହୁ ଓ କାକଳୀ ପ୍ରଧାନଙ୍କ ସୁକନ୍ୟା। ସେ ସମ୍ପ୍ରତି ପଣ୍ତିଚେରୀରେ ଦ୍ବିତୀୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀ। ତାଙ୍କ ବାପା ତାଳଚେର ଏମ୍‌ସିଏଲ୍‌ ଅଧୀନସ୍ଥ ଜଗନ୍ନାଥ କ୍ଷେତ୍ରର ସିଭିଲ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.

error: Content is protected !!