ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

0

ଅନୁଗୁଳ: ବଦଳି ଆଦେଶ ପରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ଆଇଜି ନରସି˚ହ ଭୋଳ ଶୁକ୍ରବାର ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତର କେନ୍ଦ୍ରାଞ୍ଚଳରେ ଅବସ୍ଥାପିତ ହୋଇ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାବାସୀଙ୍କଠାରୁ ଅକୁଣ୍ଠ ସାହାଯ୍ୟ, ସହଯୋଗ ଓ ଭଲ ପାଇବା ପାଇଛନ୍ତି। ଏହି ଅଞ୍ଚଳବାସୀ ସବୁଦିନ ପାଇଁ ଋଣୀ କରିଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଅପରାଧ ନିୟନ୍ତ୍ରଣ କରିବାରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଲୋକଙ୍କ ଅଭିଯୋଗକୁ ଢେର ଗୁରୁତ୍ବ ଦେଇଛନ୍ତି। ଡିଆଇଜି/ଆଇଜି ଭାବେ ଏଠାକାର ତାଙ୍କ ୨ ବର୍ଷ ୯ ମାସର କାର୍ଯ୍ୟକାଳକୁ ନେଇ ବେଶ୍‌ ସନ୍ତୁଷ୍ଟ ବୋଲି କହିବା ସହ ଅଫିସିଆଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଜରିଆରେ ଲୋକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.

error: Content is protected !!