Sunshine Communication

ବିରଳ ପ୍ରଜାତିର ଶାଗୁଣା ଠାବ

0

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ବନାଞ୍ଚଳରେ ସୋମବାର ‘ହିମାଳୟାନ୍ ଗ୍ରିଫାନ୍’ ପ୍ରଜାତିର ଏକ ଶାଗୁଣା ଦେଖାଯାଇଛି । ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ଶାଗୁଣା ଧଣ୍ଡାତୋପା ବନାଞ୍ଚଳର ନବିଙ୍ଗ ଗ୍ରାମରେ ଦେଖାଯାଇଥିବା ବେଳେ ସ୍ଥାନୀୟ ଅମିତ୍ ପ୍ରଧାନ ନାମକ ଜଣେ ଯୁବକ ଏହାର ଫଟୋ ଉତ୍ତୋଳନ କରିଥିବା ଜଣାପଡ଼ିଛି । କିଛି ଦିନ ତଳେ ଗ୍ରାମରେ ବିଦ୍ୟୁତ୍ କରେଣ୍ଟ ଲାଗି ମୃତ୍ୟୁ ମୁଖରେ ପଡ଼ିଥିବା ଏକ ବଳଦର ମଢ଼ ଖାଇବା ବେଳେ ଶାଗୁଣା ଦୃଷ୍ଟିଗୋଚର ହୋଇଥିଲା । ମୁଖ୍ୟତଃ ହିମାଳୟ ଓ ତିବତ ଅଞ୍ଚଳରେ ଏହି ପ୍ରଜାତିର ଶାଗୁଣା ଦେଖାଯାଇଥାନ୍ତି । ଦୁଇ ବର୍ଷ ପୂର୍ବରୁ କଣିହାଁ ବ୍ଲକ୍‌ର ରେଙ୍ଗାଳି ଅଞ୍ଚଳରୁ ଏହି ପ୍ରଜାତିର ଏକ ଶାଗୁଣା ଜିଲ୍ଲା ପରିବେଶ ଓ ବନ୍ୟପ୍ରାଣୀ ସମିତି ଦ୍ବାରା ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

 

 

Puspa Facial Hub

Leave A Reply

Your email address will not be published.