ଅନୁଗୁଳରେ କୋଭିଡ୍ ମୃତ୍ୟୁ ସଂଖ୍ୟା ସେଞ୍ଚୁରି ଟପିଲା

0

ଅନୁଗୁଳ: ସମୁଦ୍ରରେ ଝଡ଼, ଶ୍ମଶାନରେ ଶବ କୁଢ଼ କୁଢ଼ । କିଏ ବାପା, ମାଆକୁ ହରାଇ ଅନାଥ ତ କାହା ମଥାରୁ ଲିଭିଲାଣି ସିନ୍ଦୁର । କିଏ ପୁଣି ଭାଇକୁ ହରାଇ ଅସହାୟ। ସବୁଠି ସେହି ଅଦୃଶ୍ୟ ଭୂତାଣୁ କରୋନାର ଭୟ । ଅନୁଗୁଳ ଜିଲ୍ଲାର ପରିସ୍ଥିତି ଏବେ ଠିକ୍ ନାହିଁ। କରୋନା ପଜିଟିଭ୍ ସଂଖ୍ୟା ୩୫ ହଜାର ପାଖେଇଲାଣି। ୩୦ ତାରିଖ ପଜିଟିଭ୍ ସଂଖ୍ୟା ୪୯୭ ଥିବାବେଳେ ମୃତ୍ୟୁ ସଂଖ୍ୟା ୫ ଯାହାକି ରାଜ୍ୟରେ ସର୍ବାଧିକ । ଏବେ ଗ୍ରାମାଞ୍ଚଳରୁ ଅଧିକ ପଜିଟିଭ୍ ବାହାରୁଥିବା ବେଳେ ସହରାଞ୍ଚଳରୁ କମୁଛି । ୩୦ ତାରିଖ ସୁଦ୍ଧା ଜିଲ୍ଲାର ମୃତ୍ୟୁ ସଂଖ୍ୟା ୧୦୪ ସରକାରୀ ଭାବେ କୁହା ଯାଉଛି। ଏହା ସାଧାରଣରେ ଭୟ ସଂଚାର କରୁଛି। କିଛି ଅମାନିଆ଼ଁଙ୍କ ଯୋଗୁଁ ପଜିଟିଭ୍ ସଂଖ୍ୟା ବଢୁଛି। ପରିବା ଓ ମାଛ, ମାଂସ ମାର୍କେଟରେ ମାତ୍ରାଧିକ ଭିଡ଼ କରିବା, ନିୟମିତ ହାତ ସାନିଟାଇଜ୍ ନ କରିବା ଉପଯୁକ୍ତ ଢଙ୍ଗରେ ମାସ୍କ ନ ପିନ୍ଧିବା ଯୋଗୁଁ ସରକାରଙ୍କ କରୋନା କଟକଣା ଗାଇଡ଼୍ ଲାଇନ୍ ଫେଲ୍ ମାରୁଛି । ଏହି ଅମାନିଆ ମାନଙ୍କୁ ଏଣିକି ସାବଧାନ ହେବାକୁ ପଡ଼ିବ ନଚେତ ଲମ୍ବା ଲକ୍ଡ଼ାଉନ୍ ସଟ୍ଡ଼ାଉନ୍ ଭିତରେ ଜୀବନ ଜୀଇଁବାକୁ ପଡିବ ।

Leave A Reply

Your email address will not be published.

error: Content is protected !!