ଅନୁଗୁଳ: ନାଲକୋନଗର ଥାନା କାଣ୍ଡଶର ଆଇଓବି ଶାଖା ନିକଟରେ ଥିବା ଗୋଲଖ ସାହୁଙ୍କ ପାନଦୋକାନ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ପୋଡ଼ିଯାଇଛି । ଗୋଲଖ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଏଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକେ ଚେଷ୍ଟାକରି ମଧ୍ୟ ନିଆଁ ଲିଭାଇ ପାରିନଥିଲେ। ନାଲ୍କୋ ସିଆଇଏସ୍ଏଫ୍ ଦମକଳ ବାହିନୀ ଓ ରାଜ୍ୟ ସରକାରଙ୍କ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଦୋକାନରେ ଥିବା ନଗଦ ୧୦ ହଜାର ଟଙ୍କା ଓ ୫୦ ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଗୋଲଖ ପ୍ରକାଶ କରିଛନ୍ତି।