ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ୍ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହା ଲାଗୁ ହେବ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତୁରନ୍ତ ହଷ୍ଟେଲ ଛାଡ଼ି ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଥିବାରୁ କ୍ଲାସ୍ ବନ୍ଦ କରାଯାଇନାହିଁ । ଏପ୍ରିଲ ୨୫ ଯାଏଁ ସେମାନଙ୍କ କ୍ଳାସ୍ ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।