Sunshine Communication

ସୁନ୍ଦରୀ’କୁ ନେବାକୁ ଆସିଲା ଟିମ୍

0

ଅନୁଗୁଳ: ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ’କୁ ଫେରାଇ ନେବାକୁ ୭ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ‘କାହ୍ନ। ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏହି ଟିମରେ ଜଣେ ଏସିସିଏଫ୍ ଓ ଜଣେ ପଶୁ ଡାକ୍ତରଙ୍କ ସହ ଅନ୍ୟ ୫ ଜଣ ଅଛନ୍ତି । ସୁନ୍ଦରୀକୁ ନେବାକୁ ସ୍ବତନ୍ତ୍ର ଗାଡ଼ି ସହ ସେମାନେ ଆଜି ସାତକୋଶିଆରେ ପହଞ୍ଚିଛନ୍ତି । ଏହି ଟିମ୍ ସୁନ୍ଦରୀର ବ୍ୟବହାର ଓ ସ୍ବାସ୍ଥ୍ୟ ସମୀକ୍ଷା କରିବେ । ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍ କହିବ । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟର ଘୋରେଲାରେ ଥିବା ରିୱାଲଲ୍ଡିଂ ସେଣ୍ଟରକୁ ସୁନ୍ଦରୀକୁ ନିଆଯିବ । ସେଠାରେ ଘାସ ଖିଆ ଜନ୍ତୁ ଛଡ଼ାଯାଇ ପୁଣି ଥରେ ସୁନ୍ଦରୀର ବ୍ୟବହାର ଉପରେ ନଜର ରଖଯିବ। ତା’ର ସ୍ଵାଭାବିକ ପ୍ରକୃତି ଫେରିବା ପରେ ତାକୁ ଜଙ୍ଗଲର ପ୍ରାକୃତିକ ପରିବେଶରେ ଛଡ଼ାଯିବ ବୋଲି ଟିମ୍ କହିଛି।

Puspa Facial Hub

Leave A Reply

Your email address will not be published.