Sunshine Communication

ପୋଲରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ରକ୍

0

ଅନୁଗୁଳ: ସୋମବାର ସକାଳ ପ୍ରାୟ ୯ଟା ବେଳେ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ପୋଲ ଉପରୁ ଏକ ଟ୍ରକ୍ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ସିଦ୍ଧେଶ୍ଵର ଧଳ ଓ ହେଲପର ସୁନିଲ ବେହେରା ଆହତ ହୋଇଥିବା ଜଣାପଡ଼ିଛି । ଉଭୟ ଚାଳକ ଓ ହେଲପରଙ୍କ ଘର କିଶାନାଗର ବ୍ଳକ ବଏଷଣା ଗ୍ରାମରେ ବୋଲି ଜଣାପଡ଼ିଛି । ସିଦ୍ଧେଶ୍ଵର ସୁସ୍ଥ ଥିବା ବେଳେ ହେଲପର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଉଭୟଙ୍କୁ ୧୦୮ରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟ୍ରକଟି ଆଠମଲ୍ଲିକ ଅଞ୍ଚଳରୁ କିଆକଟା ଅଭିମୁଖେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ଏହି ଅଘଟଣ ଘଟିଥିଲା । ପୋଲ ପୂର୍ବରୁ ହମ୍ପସ୍ ଥିବାରୁ ଡ୍ରାଇଭର ହଡ଼ବଡ଼େଇ ଯାଇଥିଲେ ଏବଂ ଭାରସାମ୍ୟ ହରାଇ ପୋଲ ବାଡ଼ାଭାଙ୍ଗି ଗାଡ଼ି ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଇଛି ।

Puspa Facial Hub

Leave A Reply

Your email address will not be published.